UPSC Main Exam 2024 Compulsory Subjects ODIA Previous Year Question Paper PDF Download
UPSC Main Exam 2024 Compulsory Subjects ODIA Previous Year Question Paper PDF Download
Civil Services (Main) Examination, 2024
PHKM-C-ODA
ଓଡ଼ିଆ / ODIA
( ବାଧ୍ୟତାମୂଳକ ) / ( Compulsory )
ସମୟ : ତିନି ଘଣ୍ଟା
Time Allowed : Three Hours
ପୂର୍ଣ୍ଣ ସଂଖ୍ୟା : 300
Maximum Marks : 300
ପ୍ରଶ୍ନପତ୍ର ସମ୍ପର୍କିତ ନିର୍ଦ୍ଦେଶାବଳୀ
ଉତ୍ତର ଦେବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର :
ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ।
ପ୍ରତ୍ୟେକଟି ପ୍ରଶ୍ନ / ପ୍ରଶ୍ନାଂଶ ନିକଟରେ ଏହାର ନମ୍ବର ଦିଆଯାଇଛି ।
ଉତ୍ତର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ ।
ପ୍ରଶ୍ନରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ । ଯଦି ପ୍ରଶ୍ନରେ ନିର୍ଦ୍ଦିଷ୍ଟ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶୀ କମ ହୋଇଥାଏ ତେବେ ନମ୍ବର କମାଯାଇପାରେ ।
ପ୍ରଶ୍ନ-ଉତ୍ତର ପୁସ୍ତିକାର କୌଣସି ପୃଷ୍ଠା ବା ପୃଷ୍ଠାର କିଛି ଅଂଶ ଖାଲି ରହିଥିଲେ ତାକୁ ଗାର ପକାଇ କାଟିଦେବା ଆବଶ୍ୟକ ।
Question Paper Specific Instructions
Please read each of the following instructions carefully before attempting questions :
All questions are to be attempted.
The number of marks carried by a question is indicated against it.
Answers must be written in ODIA (Odia script) unless otherwise directed in the question.
Word limit in questions, wherever specified, should be adhered to and if answered in much longer or shorter than the prescribed length, marks may be deducted.
Any page or portion of the page left blank in the Question-cum-Answer (QCA) Booklet must be clearly struck off.
UPSC Main Exam 2024 Compulsory Subjects ODIA Previous Year Question Paper PDF Download
Free PDF Download LINK Given in Last of This Post/ question Paper , For Image and Diagram Please refer to given PDF
UPSC Previous Year Question Paper, testbook ,UPSC Previous Year Question Paper PDF, UPSC Previous Year Question Paper PDF Download, UPSC Question Paper PDF Download, UPSC Previous Year Papers, UPSC Previous Year Papers PDF, UPSC Previous Year Paper Free D
UPSC Main Exam 2024 Compulsory Subjects ODIA Previous Year Question Paper PDF Download
(a) ଗଣତନ୍ତ୍ର ଓ ଅଭିବ୍ୟକ୍ତିର ସ୍ୱାଧୀନତା
(b) ଭାରତରେ ପାନୀୟ ଜଳସଂକଟ ଆସନ୍ନ କି ?
(c) ଜନଜାତିକ ସଂସ୍କୃତି ସଂରକ୍ଷଣ : ପ୍ରୟାସ ଓ ସମ୍ଭାବନା
(d) ପଂଶୀ ମାଠିଆର ଶବଦ ଦେଶୀ
Q2. ନିମ୍ନଲିଖିତ ପରିଚ୍ଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାରି ଆଧାରରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର, ସଂକ୍ଷିପ୍ତ ଓ ସଂଶ୍ଳିଷ୍ଟ ଉତ୍ତର ଦିଅ : 12×5=60
ସମାଲୋଚନାକୁ ସାହିତ୍ୟର ଏକ ଅଙ୍ଗ ବୋଲି ବିବେଚନା କରାଯାଏ, ଏଣୁ ଏହା ସାହିତ୍ୟକୁ ନିଜର ସୀମା ଭିତରେ ରହିବାର ବ୍ୟବସ୍ଥା କରିଥାଏ । ସାହିତ୍ୟର ରସପ୍ରବାହ ଧାରାରେ ବ୍ୟାଘାତ ଦେଲାଭଳି ଯେତେବେଳେ କୌଣସି ବିଷୟ ଆସେ, ସେତେବେଳେ ସାହିତ୍ୟରେ ଦୋଷ ପ୍ରଦେଶ କରେ, ଯେମିତିକି ସଙ୍ଗୀତରେ କୌଣସି ବେସୁରାଧ୍ୱନି ଏହାକୁ ଦୋଷଯୁକ୍ତ କରେ ।
ସତ୍ୟ ଅନୁଭବକୁ ପ୍ରକାଶ କରିବାରେ ଆନନ୍ଦ ଥାଏ । ଅସତ୍ୟ ଅନୁଭବର ପ୍ରକାଶରେ ଆମେ କେବଳ ଦୁଃଖ ଅନୁଭବ କରୁ । ଏହା ମଧ୍ୟ ସମ୍ଭବ ଯେ ଜଣେ ବ୍ୟକ୍ତି ଅସତ୍ୟ ଅନୁଭବର ପ୍ରକାଶରେ ବି ଆନନ୍ଦ ଅନୁଭବ କରେ । କେତେକ ଲୋକ ହିଂସାକରି, ଅନ୍ୟର ସମ୍ପତ୍ତି ଅପହରଣ କରି କିମ୍ବା ନିଜସ୍ୱାର୍ଥ ପାଇଁ ଅନ୍ୟକାହାର କ୍ଷତି କରି ଆନନ୍ଦ ଅନୁଭବ କରିପାରନ୍ତି, ମାତ୍ର ଏହା ମନର ସ୍ୱାଭାବିକ ପ୍ରକୃତି ନୁହେଁ । ଜଣେ ଚୋର ଆଲୋକଠାରୁ ଅନ୍ଧକାରକୁ ବେଶୀ ଭଲପାଏ, କିନ୍ତୁ ଏହାଦ୍ୱାରା ଆଲୋକର ମହନୀୟତାରେ କୌଣସି ବାଧା ପଡ଼େ ନାହିଁ ।
ଯେଉଁ ଅନୁଭବଦ୍ୱାରା ଆମେ ଅନ୍ୟମାନଙ୍କ ସହିତ ଏକାମତ ହୋଇପାରୁ, ତାହାହିଁ ସତ୍ୟ ଅନୁଭବ । ପ୍ରେମ ଆମକୁ ଅନ୍ୟମାନଙ୍କ ସହିତ ଯୋଡ଼େ, ଅହଂକାର ବିଛିନ୍ନ କରେ । ଅତି ଅହଂକାର ସମ୍ପନ୍ନ ଜଣେ ବ୍ୟକ୍ତି କିପରି ଅନ୍ୟମାନଙ୍କ ସହିତ ଯୋଗ୍ୟ ହୋଇ ପାରିବ ? ଏଣୁ ପ୍ରେମ ଏକ ସତ୍ୟଭାବ ଓ ଅହଂକାର ଅସତ୍ୟଭାବ ।
ଭକ୍ତିଭାବନାପାଇଁ ଏକ ପ୍ରତ୍ୟକ୍ଷ ବସ୍ତୁ ଆବଶ୍ୟକ । ଦୟା ପ୍ରଦର୍ଶନ କରିବାପାଇଁ ମଧ୍ୟ ଜଣେ ପାତ୍ର ଆବଶ୍ୟକ । ଧୈର୍ଯ୍ୟ ଓ ସାହସ ପ୍ରଦର୍ଶନ କରିବାପାଇଁ ମଧ୍ୟ ଆମକୁ ଜଣେ ଗ୍ରହୀତା ଆବଶ୍ୟକ । ଏହାର ଅର୍ଥ ଏହି ଯେ ଆମର ଅନୁଭବକୁ ଜାଗ୍ରତ କରିବାପାଇଁ ଆମକୁ ବାହ୍ୟବସ୍ତୁମାନଙ୍କ ସହିତ ସୁସମ୍ପର୍କ ରଖିବା ଆବଶ୍ୟକ । ଯଦି ଆମେ ଦେଖୁ ଯେ ବାହ୍ୟପ୍ରକୃତିର
କୌଣସି ପ୍ରଭାବ ଆମପ୍ରତି ପଡ଼ୁନାହିଁ, ପୁତ୍ରଶୋକରେ କାନ୍ଦୁଥିବା ଲୋକଟାକୁ ଦେଖି ଆମ ଆଖିରୁ ଦୁଇଟୋପା ଲୁହ ଗଡ଼ୁନାହିଁ, ଯଦି ଆମେ ଅନ୍ୟର କୌଣସି ଆନନ୍ଦ ଉତ୍ସବରେ ଯୋଗଦେଇ ଆନନ୍ଦ ଅନୁଭବ କରି ପାରୁନାହୁଁ, ତାହେଲେ ବୁଝିବାକୁ ହେବ ଯେ ଆମେ ସଂସାରର ଉର୍ଦ୍ଧ୍ୱକୁ ଉଠିଯାଇଛୁ ଏବଂ ନିର୍ବାଣପ୍ରିୟ ଭ୍ରମରେ ପହଞ୍ଚିଯାଇଛୁ । ଏହି ପରିସ୍ଥିତିରେ ସାହିତ୍ୟର କୌଣସି ମୂଲ୍ୟ ନାହିଁ । ସମସ୍ତଙ୍କ ସହ ମିଳିମିଶି ଯେ ପୃଥିବୀର ଆନନ୍ଦ ଓ ଦୁଃଖ ଅନୁଭବ କରେ କିମ୍ବା ଅନ୍ୟମାନଙ୍କ ଭିତରେ ଆନନ୍ଦ ଓ ଦୁଃଖ ଜାଗ୍ରତ କରିପାରିବାର ଦକ୍ଷତା ରଖେ, କେହି ଜଣକ କେବଳ ପ୍ରକୃତ ସାହିତ୍ୟିକ । ନିଜଭିତରେ ଥିବା ଦୁଃଖଭରଣାକୁ ନିଜେ ଅନୁଭବ କରିବା ଯଥେଷ୍ଟ ନୁହେଁ । ଜଣେ କଳାକାରକୁ ଏହାକୁ ପ୍ରକାଶ କରିପାରିବାର ଦକ୍ଷତା ଥିବା ଆବଶ୍ୟକ । ପରିସ୍ଥିତି କିରଣ ମନୁଷ୍ୟକୁ ଭିନ୍ନ ଭିନ୍ନ ଦିଗକୁ ଟାଣି ନିଏ । ସବୁମଣିଷଙ୍କ ଭିତରେ ଅନୁଭବ ଗୁଡ଼ିକର ସମାନତା ଥିଲେ ସୁଦ୍ଧା, ପରିସ୍ଥିତିର ଭିନ୍ନତା ପ୍ରତିକ୍ରିୟାକୁ ଭିନ୍ନରୂପ ପ୍ରଦାନକରେ । ଆମେ ଯଦି କୃଷକମାନଙ୍କ ଗହଣରେ ରହୁଛୁ କିମ୍ବା ରହିବାର ସୁଯୋଗ ପାଉଛୁ, ତାହେଲେ ସ୍ୱାଭାବିକଭାବେ ସେମାନଙ୍କ ସୁଖଦୁଃଖକୁ ଆମେ ଆମର ନିଜ ସୁଖଦୁଃଖ ବୋଲି ବିସ୍ତାର କରିବା । ତାପରେ ଆମେ ଆମର ଅନୁଭବର ତୀବ୍ରତା ଅନୁସାରେ ସେମାନଙ୍କ ପରିସ୍ଥିତିଦ୍ୱାରା ପ୍ରଭାବିତ ହେବା । ସେହିଭଳି ଅନ୍ୟ ପରିସ୍ଥିତିମାନଙ୍କୁ ମଧ୍ୟ ବୁଝିବା ଆବଶ୍ୟକ । ଏହାକୁ ଯଦି ଏମିତି ବ୍ୟାଖ୍ୟା କରାଯାଏ ଯେ ନିର୍ଦ୍ଦିଷ୍ଟ ଲୋକଟିଏ କୃଷକଙ୍କପାଇଁ କିମ୍ବା ଶ୍ରମିକମାନଙ୍କପାଇଁ କି ଅନ୍ୟ କୌଣସି ଆନ୍ଦୋଳନପାଇଁ ପ୍ରଚାର କରୁଛି, ତାହା ଅନ୍ୟାୟ ହେବ । ସାହିତ୍ୟ ଓ ପ୍ରଚାର ମଧ୍ୟରେ ପାର୍ଥକ୍ୟ କଣ ? ଯଦିଓ କୌଣସି ଗୋଟିଏ ମତବାଦର ପ୍ରଚାରପାଇଁ ଆତ୍ମବିଜ୍ଞାପନଟିଏ ନଥାଏ, ସେଠାରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ଏକ ଉତ୍ସୁକତା ଥାଏ, ଯାହା ସାଧନର ଯୋଗ୍ୟତାକୁ ଖାତିର କରେ ନାହିଁ । ସାହିତ୍ୟ ଗୋଟିଏ ଶୀତଳ ଓ ମୃଦୁମନ୍ଦ ସମୀର ଯାହା ସମସ୍ତଙ୍କୁ ଶୀତଳତା ଓ ଆନନ୍ଦ ପ୍ରଦାନ କରେ । ପ୍ରଚାରଧର୍ମୀତା ଗୋଟିଏ ଝଡ଼ ଯାହା ପତ୍ରପୁଷ୍ପଭରା ବୃକ୍ଷକୁ ଓପାଡ଼ି ପକାଏ ଏବଂ କୁଟୀର ଓ ଭବନକୁ ଏକାକାର କରି ହଲାଇ ଦିଏ । ରସହୀନ ହୋଇଥିବା ଯୋଗୁଁ ଏହା ଆନନ୍ଦର ଆଧାର ନୁହେଁ, କିନ୍ତୁ ଜଣେ ଚତୁର ଶିଳ୍ପୀ ଯଦି ଏଥିରେ ସୌନ୍ଦର୍ଯ୍ୟ ଓ ସୁବାସ ଭରିବାରେ ସମର୍ଥ ହୁଏ, ସେହି ସମାନ ବିଷୟ ପ୍ରଚାରମାତ୍ର ନହୋଇ ଏକ ଉଚ୍ଚାଙ୍ଗ ସାହିତ୍ୟରେ ପରିଣତ ହୁଏ ।
(a) ସମାଲୋଚନାକୁ ସାହିତ୍ୟର ଏକ ଅଙ୍ଗଦୋଲି କାହିଁକି ବିବେଚନା କରାଯାଏ ? 12
(b) ସତ୍ୟ ଓ ଅସତ୍ୟ ଅନୁଭବ ଅଭିବ୍ୟକ୍ତିର ଅର୍ଥ କଣ ? 12
(c) କେଉଁଟି ମନର ସ୍ୱାଭାବିକ ପ୍ରକୃତି ନୁହେଁ? 12
(d) ଲେଖକଙ୍କ ମତରେ କିଏ ପ୍ରକୃତ ସାହିତ୍ୟିକ ? 12
(e) ସାହିତ୍ୟ ଓ ପ୍ରଚାରଧର୍ମ ଭିତରେ ପାର୍ଥକ୍ୟ ଦର୍ଶାଅ । 12
Q3. ନିମ୍ନଲିଖିତ ଗଦ୍ୟାଂଶଟିର ସଂକ୍ଷିପ୍ତୀର ଏକ-ତୃତୀୟାଂଶ ଶବ୍ଦରେ ଲେଖ । ଏହି ଗଦ୍ୟାଂଶଟିର ନାମକରଣର ଆବଶ୍ୟକତା ନାହିଁ । ସାରାଂଶଟିକୁ ନିଜ ଭାଷାରେ ଲେଖ ।
ଏକ ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖନୀୟ ବିଷୟ ଏହି ଯେ-ଇଷ୍ଣା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷକୁ କରାଯାଏ । ଏମିତି ହୁଏ ନାହିଁ ଯେ ଆମେ ଯେ କୌଣସି ଧନବାନ୍, ଗୁଣବାନ ଓ ସମ୍ମାନସ୍ପଦ ବ୍ୟକ୍ତିକୁ ଇଷ୍ଣା କରୁ । ଆମର ଯେତେବେଳେ ଧାରଣା ହୁଏ ଯେ ଅନ୍ୟମାନେ ଆମକୁ ନିର୍ଦ୍ଦିଷ୍ଟ ବ୍ୟକ୍ତିକସହ ତୁଳନା କରିଛନ୍ତି ବା କରିପାରନ୍ତି, ଯେ ଆମ ବିରୁଦ୍ଧରେ ପ୍ରତିଯୋଗୀତା କରୁଛନ୍ତି, ଯେତେବେଳେ ଏହା ସମ୍ଭବ । ଯେଉଁମାନେ ଆମଠୁ ଦୂରେ କିମ୍ବା ସମ୍ପର୍କହୀନ, ଯେତେବେଳେ ଆମେ ନିଶ୍ଚିତ ନୋହୁ ଯେ ଲୋକେ ଆମକୁ ଏକା ସାଙ୍ଗରେ ଦେଖିବେ ଏବଂ ତୁଳନା କରିବେ, ଯେତେବେଳେ ଇଷ୍ଣା ଜନ୍ମନିଏ ନାହିଁ । କାଶୀରେ ବାସ କରୁଥିବା ଧନୀ ଲୋକଟିଏ ଇଉରୋପରେ ରହୁଥିବା ଧନୀଲୋକ ବିଷୟରେ ଗୁଣି ଇଷ୍ଣା ପ୍ରକଟ କରେ ନାହିଁ । ହିନ୍ଦୀ କବିଟିଏ କୌଣସି ଇଂରାଜୀ କବିଙ୍କ ମହାନତାରେ ଇଷ୍ଣା ଅନୁଭବ କରେ ନାହିଁ । ସମ୍ପର୍କୀୟ, ବାଲ୍ୟବନ୍ଧୁ, ସହପାଠୀ ଏବଂ ପଡ଼ୋଶୀମାନଙ୍କ ଭିତରେ ଇଷ୍ଣାଭାବ ଦେଖିବାକୁ ମିଳେ । ଏକା ସାଙ୍ଗରେ ଦିନେ ବସାଭଠା କରୁଥିବା ବାଲ୍ୟବନ୍ଧୁଙ୍କ ଭିତରେ ଏକ ଅପରର ଉନ୍ନତିରେ ଇଷ୍ଣାଭାବ ବଢ଼ିବା ସମ୍ଭବ । ଦୁଇବନ୍ଧୁଙ୍କ ଭିତରେ ଜଣେ ଯଦି ସଫଳତାପାଇଁ ଉଚ୍ଚପଦବୀକୁ ପହଞ୍ଚି, ଦେଖାଯାଏ ଯେ ସେ ଅନ୍ୟଜଣକୁ ଯେପରି ଉଚ୍ଚସ୍ଥାନରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରିଯାଏ । ଜଣକର ଉନ୍ନତିପଥରେ ବାଧା ସୃଷ୍ଟି କରିବାର ଗୁପ୍ତକାରଣ ଶୀଘ୍ରଲେ ଲୋକେ ନିଜର କୌଣସି ଅତି ପୁରୁଣାବନ୍ଧୁକୁ ଆବିଷ୍କାର କରନ୍ତି । ଯେଉଁ ସମୟରେ ଆମେ ସମ୍ପର୍କସୂତ୍ରରେ ବନ୍ଧା ବନ୍ଧୁଙ୍କ ସହ ଏକାଠି ଛିଡ଼ା ହୋଇଥାଉ, ଯେତେବେଳେ ସହାନୁଭୂତି, ସହାୟତାର ଶେଷ୍ଟ ଇତ୍ୟାଦିର ସମ୍ଭାବନା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଇଷ୍ଣା ଓ ଦ୍ୱେଷର ଭୂରାବରାପଣର ସମ୍ଭାବନା ରହେ । ଯେପରି ଆମେ କୌଣସି ଉପାୟରେ କିଛି ଭଲକରିବା ସମ୍ଭାବନା ନେଇ କିଛି ଯଦି କରୁ, ତାହା ଯେ ଏକ ଅନିଶ୍ଚିତ ଭବିଷ୍ୟତ ବିରୁଦ୍ଧରେ କରୁଛୁ, ଏହା ସମ୍ଭବ ନୁହେଁ । ଭବିଷ୍ୟତର ଅନିଶ୍ଚିତତା ଅଟଳ ଓ ଅଜେୟ । ଆମର ସକଳ ବିଦ୍ୟାବୁଦ୍ଧି ପ୍ରୟୋଗ ସତ୍ତ୍ୱେ, ଏହାକୁ ଆମେ ସମ୍ପୂର୍ଣ୍ଣଭାବେ ଏଡ଼ାଇ ପାରିବା ନାହିଁ ।
ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ ବାସ୍ତବ ଦୁନିଆଁରେ ଇଷ୍ଣା କରୁଥିବା ବ୍ୟକ୍ତି ଓ ଏହାଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ଏବଂ ଏଥିରୁ ଉତ୍ପନ୍ନ ସ୍ଥିତିପ୍ରତି ଧ୍ୟାନ ଦେଉଥିବା ସମାଜର ବି ଆବଶ୍ୟକତା ରହିଛି । ଏଇ ସମାଜର ଧାରଣାରେ ପ୍ରଭାବିତ ଅନୁଭବ ପାଇଁ ହିଁ ଇଷ୍ଣା କରାଯାଏ । ଉନ୍ନତିବିଧାନ, ସାଧୁତା ଓ ଉଚ୍ଚ ପଦମର୍ଯ୍ୟାଦା ସମାଜପ୍ରତି ଉଦ୍ଦିଷ୍ଟ, ଏହା କେବଳ ବ୍ୟକ୍ତିଗତ ସୁଖ ଓ ସନ୍ତୋଷବିଧାନ ପାଇଁ ନୁହେଁ । ସେହିପରି ଉନ୍ନତି କିମ୍ବା ସାଧୁତାରେ ଯଦି ଆମେ ଅନ୍ୟ ବ୍ୟକ୍ତିଠାରୁ ବଡ଼ କିମ୍ବା ତୁଳନୀୟ ନୁହେଁ, ଯଦି ସମାଜ ଆମର ସମାନତା ଓ ବଡ଼ପଣିଆକୁ ଅନୁଭବ କରେ, ତାହେଲେ ଆମେ ସନ୍ତୁଷ୍ଟ ରହିବା ଏବଂ ଇଷ୍ଣାନଳରୁ ରକ୍ଷାପାଇ ପାରିବା । ଅସାଧାରଣ କଥା ଏହି ଯେ ଆମେ କିଛି ପାଇବାରୁ ବଞ୍ଚିତ ହେଇ ସୁଦ୍ଧା ଆନନ୍ଦ ଅନୁଭବ କରୁ, କେବଳ ସମାଜର ଅନୁକୂଳ ଧାରଣାରୁ । ଇଷ୍ଣା ସାମାଜିକ ଜୀବନରେ କୃତ୍ରିମତାରୁ ଉତ୍ପନ୍ନ ଏକ ବିଷ । ଏହାର ପ୍ରଭାବରେ ଆମେ ଅନାବଶ୍ୟକ ଭାବେ ଅସନ୍ତୁଷ୍ଟ ରହୁ, ଯଦିଓ ଅନ୍ୟର ଉନ୍ନତିରେ ଆମେ କୌଣସି କ୍ଷତି ଅନୁଭବ କରୁ ନଥାଉ ।
ନ୍ୟାୟାଧୀଶ ନ୍ୟାୟ ପ୍ରଦାନ କରନ୍ତି, କାରିଗର ଇଟା ଯୋଡ଼େ । ସମାଜର କଲ୍ୟାଣସାଧନ ପାଇଁ କାରିଗର ପ୍ରତି ନ୍ୟାୟାଧୀଶର ବ୍ୟବହାରରେ ଏହା ପ୍ରକଟିତ ହେବା ଉଚିତ ନୁହେଁ ଯେ-ତୁମେ ମୋଠାରୁ ଛୋଟ । ଯେଉଁ ସମାଜରେ ଏହି ଛୋଟବଡ଼ର ଧାରଣା ଖୁବ ଗଭୀର ଓ ଦୃଢ଼, ଏହାର ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ଈର୍ଷାଭାବ ସ୍ଥାୟୀ ଭାବରେ ରହିଯାଏ ଏବଂ ଏକତାର ବିକାଶ ଦିଗରେ ଉଦ୍ୟମ କ୍ୱଚିତ୍ ଦେଖାଯାଏ । ଯଦି ସମାଜରେ ବିଭିନ୍ନ ବୃତ୍ତିର ବର୍ଗର ଲୋକଙ୍କ ଭିତରେ ଛୋଟ ବଡ଼ର ଧାରଣାକୁ ପାତିତୁଷ୍ଟ ନ ହୁଏ, ଯାହାକି ଜୀବନଧାରଣର ପରିପଞ୍ଚୀ, ତା ହେଲେ ତାଙ୍କର ବୃତ୍ତିଗତ ଭିନ୍ନତାକୁ ସମ୍ମାନ ଦିଆଯାଏ ଏବଂ ସମାଜରୁ ଅସନ୍ତୋଷ ବହୁପରିମାଣରେ ଦୂର ହୋଇଥାଏ । ଯେତେବେଳେ ଏହି ଛୋଟବଡ଼ର ଭେଦଭାବ ଖୁବ ପ୍ରସ୍ତାବନ ପାଏ ଏବଂ ସମାଜର ବ୍ୟକ୍ତିଙ୍କ ଭିତରେ ଏହା ସ୍ପଷ୍ଟ ଦେଖାଯାଏ, ସେତେବେଳେ ଲୋକଙ୍କର ଶକ୍ତିସାମର୍ଥ୍ୟ କେବଳ ନିର୍ଦ୍ଦିଷ୍ଟ ଦିଗକୁ ଧାବିତ ହୁଏ ଓ ସମାଜର କାର୍ଯ୍ୟକ୍ଷେତ୍ରରେ ବିଷମତା ଦେଖାଦିଏ ।
(425 ଶବ୍ଦ)
Q4. ନିମ୍ନଲିଖିତ ପରିଚ୍ଛେଦଟିକୁ ଇଂରାଜୀରେ ଅନୁବାଦ କର : 20
କୁଟୀରଶିଳ୍ପ ଓ କ୍ଷୁଦ୍ରଶିଳ୍ପ ବିଷୟରେ ଚର୍ଚ୍ଚା ଆଜି ଭାରତରେ ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି । ଏପରି ଶିଳ୍ପସ୍ଥାପନର ମୂଳରେ ରହିଛି-ଘରେ, ଛୋଟ ସ୍ଥାନରେ, କମ୍ ମୂଳଧନରେ, କମ୍ ଶ୍ରମିକ ଲଗାଇ ଶିଳ୍ପସ୍ଥାପନ କରି ରୋଜଗାର କରିବାର ଧାରଣା । ଏହି ଧାରଣା ବ୍ୟକ୍ତିକୁ ଉତ୍ପାଦକ କିମ୍ବା ନିର୍ମାତାକରି ଦେବାର ସୁଯୋଗ ଦିଏ, ବେକାରୀ ସମସ୍ୟାର ଆହ୍ୱାନକୁ ମୁକାବିଲା କରି, ଜୀବିକାବିତ୍ତର ସୁଯୋଗ ଦେଇ ଉନ୍ନତ ଜୀବନଯାପନର ମାର୍ଗ ଦେଖାଏ । ଭାରତଭଳି ଦେଶରେ ଏପରି କ୍ଷୁଦ୍ର ଉଦ୍ୟୋଗ ବ୍ୟବସାୟ ହିଁ ଦେଶର ପ୍ରଗତିରେ ସହାୟକ ହେବ, ଏହା କଥା ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ସମୟରୁ ହିଁ ଜାଣିଥିଲେ । ସେ ସ୍ୱାଧୀନ ଭାରତରେ ଏପରି ଉଦ୍ୟୋଗ ସ୍ଥାପନପାଇଁ ପରମ୍ପରାଗତ ଉଦ୍ୟୋଗର ନବୀକରଣପାଇଁ ପ୍ରେରଣା ଦେଇଥିଲେ । କିନ୍ତୁ ସ୍ୱାଧୀନତାପରେ ଆମଦେଶର ନେତୃମାନେ ଏହାପ୍ରତି ଧ୍ୟାନ ଦେଲେ ନାହିଁ । ତାଙ୍କର ଏହି ଦୂରଦୃଷ୍ଟି ସତ୍ତ୍ୱେ ବଡ଼ବଡ଼ ଉଦ୍ୟୋଗ ସ୍ଥାପନ ଓ ବ୍ୟବସାୟ ଗୁରୁତ୍ୱ ପାଇଲା । ଏହି ଶିଳ୍ପର ବ୍ୟକ୍ତିଗତ ମାଲିକାନାରେ ରହିଲା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ହୋଇ ରହିଲା । ଏହାପରେ ବଢ଼ୁଥିବା ଜନସଂଖ୍ୟା, ଶିକ୍ଷାର ପ୍ରସାର, ଜନଜାଗରଣ, ଲୋକଙ୍କ ଆବଶ୍ୟକତା ଓ ଦାବି, ବେକାରୀ ସମସ୍ୟାର ଲମ୍ବାଦାଣ୍ଡି — ଏସବୁ ଆଜି ପୁଣିଥରେ ଗାନ୍ଧୀବିଚାରଧାରାର ପୁନର୍ବିଚାର କରି, ବିଳମ୍ବରେ ହେଉପଳେ, ସଚେତନ ଚିନ୍ତାଶୀଳ ବୁଦ୍ଧିଜୀବୀଙ୍କୁ ଆକୃଷ୍ଟ କରିଛି । ଦେଶରେ ଏ ପ୍ରକାର ବହୁଥିବା ସମସ୍ୟାରୁ ମୁକ୍ତିପାଇଁ ଗାନ୍ଧୀବାଦୀ ସୂତ୍ରର ଅପନାମ ଆଉ ଏହାର ଆବଶ୍ୟକତା ପୁଣି କରିପାରିବା । ଆଜି କ୍ଷୁଦ୍ରଶିଳ୍ପର ସ୍ଥାପନପାଇଁ ଉଦ୍ୟମ ବୃଦ୍ଧିଲାଭି । ଫଳରେ କୁଟୀରଶିଳ୍ପର ଏକ ବ୍ୟାପକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ।
20
In our democratic system, the press has a vital role. While there has been large- scale expansion of the print and visual media in recent years, a focused approach to dealing with major societal and political issues has still to evolve. There is, as yet, excessive and exaggerated coverage of exposures and scandals and far too little well- informed comment or analysis of the various deep- rooted factors which generate the continuing malaise. The media could make an extremely useful contribution by devoting adequate coverage to tasks well done, highlighting the achievements of honest and efficient public servants and organizations, according special attention to developments in the remote and backward areas of our country. Our media is free and unfettered. It should be able to expose cases and incidents involving irregular and unlawful exercise of authority and abuses of all kinds. The existing ills in our socio- political environment will, on present reckoning, take considerable time to remedy. The Department of Personnel and Administrative Reforms should focus on establishing institutions responsible for all personnel matters — appointments, postings, transfers etc. — without any external interference. Also, there is a need for adoption of a robust code of ethics to be followed by those involved in public functioning.
Q6. 1
(a) 2x4=8
(i) 2
(ii) 2
(iii) 2
(iv) 2
(b) ନିମ୍ନଲିଖିତ ପ୍ରୟୋଗର ଅର୍ଥ ଲେଖି ବାକ୍ୟରେ ବ୍ୟବହାର କର : 2×4=8
(i) କେରାଣ୍ଡି ଗୁଣ୍ଡି ଶେଉଳ ଧରିବା 2
(ii) କାହାକୁ ଦେଖି ନ ପାରିବା 2
(iii) ଘର ଭିତରି କୁମ୍ଭୀର 2
(iv) ଡେଙ୍ଗା ମୁଣ୍ଡରେ ଟେଙ୍ଗା 2
(c) ଏକପଦରେ ପ୍ରକାଶ କର : 2×4=8
(i) ଜୟ କରିବାର ଇଚ୍ଛା 2
(ii) ପଦ୍ମ ନାଭିରେ ଯାହାର 2
(iii) ପାନ କରିବାର ଇଚ୍ଛା 2
(iv) ବିଶାଳ ଯଶ ଯାହାର 2
(d) ବାକ୍ୟଗତ ଅଶୁଦ୍ଧି ସଂଶୋଧନ କର : 2×4=8
(i) ଯାନବାହାନ 2
(ii) ମୂହୂର୍ତ୍ତ 2
(iii) ସିନ୍ଦୁର 2
(iv) ପୂର୍ଣ୍ଣଚ୍ଛେଦ 2
(e) ନିମ୍ନବାକ୍ୟଗୁଡ଼ିକରେ ଥିବା ବିଶେଷଣ ପଦକୁ ଚିହ୍ନାଅ : 2×4=8
(i) ସେ ଭଲା କୁଡ଼ିଆରେ ଅଛନ୍ତି । 2
(ii) ତାଙ୍କର ମନ ନିର୍ମଳ ଥିଲା । 2
(iii) ଇଟା କାଷ୍ଠି ଦୁର୍ବଳ । 2
(iv) ଏ କୁଅରେ ଆଉଁଏ ପାଣି ଅଛି । 2
PHKM-C-ODA
7
1
UPSC MAIN Compulsory Subjects Free PDF Download-ODIA
OTHER QUESTION PAPER
UPSC Main Exam 2024 Compulsory Subjects NEPALI Previous Year Question Paper PDF Download
UPSC Main Exam 2024 Compulsory Subjects MARATHI Previous Year Question Paper PDF Download
UPSC Main Exam 2024 Compulsory Subjects MALAYALAM Previous Year Question Paper PDF Download